ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

0

ବ୍ରହ୍ମଗିରି : ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଲା ପୋଲିସ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଞ୍ଚଗୋଛିଆ ଗୌଡସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଞ୍ଚଗୋଛିଆ ଗୌଡସାହିରେ ଅଘଟଣ । ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ମୃତକ ହେଲେ ମାଳତୀ ଦେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଅଭିଯୁକ୍ତ ସ୍ବାମୀକୁ ପ୍ରଭାକର ଦେକୁ ଅଟକ ରଖିଛି । ଭାଇର ମୃତ୍ୟୁ ପରେ ଭାଉଜକୁ ବିବାହ କରିଥିଲା ଅଭିଯୁକ୍ତ ପ୍ରଭାକର । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.