ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

0

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଷୋଡକ ଗ୍ରାମ ପଞ୍ଚାୟତ ସାହିରେ ଘଟିଛି ଅଘଟଣ । ମାତ୍ର ୪ ମାସ ତଳେ ବିବାହ କରିଥିବା ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ନିଜେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ହେଉଛନ୍ତି ପାଣ ଗଉଡଙ୍କ ପୁଅ ବିପିନ ଗଉଡ ଓ ବୋହୁ ଲିଲି ଗଉଡ। ଚାରି ମାସ ତଳେ ଅରଖପୁରର ମଦନ ଗଉଡଙ୍କ ଝିଅ ଲିଲିଙ୍କୁ ବିପିନ ବିବାହ କରିଥିଲେ।

ଖବର ଅନୁଯାୟୀ, ଶନିବାର ରାତିରେ ସ୍ୱାମୀ ସ୍ତ୍ରୀ ବାପା ମାଆଙ୍କ ମିଶି ଖାଇବା ପରେ ନିଜ କୋଠରୀରେ ଶୋଇଥିଲେ। ସକାଳୁ ପୁଅ ବୋହୂ ବାହାରକୁ ନ ଆସିବାରୁ ବାପା ସେମାନଙ୍କୁ ଡାକିବାକୁ ଯାଇଥିଲେ। ଝରକା ବାଟେ ଦେଖିବାକୁ ପାଇଥିଲେ ଯେ ରକ୍ତରଞ୍ଜିତ ବୋହୂର ଶରୀର ଖଟ ଉପରେ ପଡିଛି ଓ ପୁଅ କୋଠରୀ ଝୁଲୁଛି। ଘଟଣାସ୍ଥଳରେ ପହଞ୍ଚିଛି ପୁଲିସ। ସାଇଣ୍ଟିଫିକ ଟିମକୁ ଅପେକ୍ଷା କରିଛି। କୋଠରୀ ଭିତରେ ଉଭୟେ ମୃତ୍ୟୁବରଣ କରିଥିବା ଜଣାପଡିଥିବା ବେଳେ ରକ୍ତଲଗା କଟୁରିକୁ ଜବତ କରିଛି ପୁଲିସ।

ପାରିପାର୍ଶ୍ଵିକୁ ସ୍ଥିତିକୁ ଅନୁଧ୍ୟାନ କରି ପୁଲିସ ତଦନ୍ତ ଚଳାଇଛି। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ପରେ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିବା ପରେ ନିଜେ ବିପିନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ନବ ଦମ୍ପତିଙ୍କ କଳହ ଓ ସମ୍ପର୍କ ନେଇ ଘର ଲୋକଙ୍କୁ ପଚରାଉଚରା କରାଯାଉଛି।

Leave A Reply

Your email address will not be published.