ଷ୍ଟୁଡେଣ୍ଟ କ୍ରେଡିଟ୍‌ କାର୍ଡକୁ ମଞ୍ଜୁରୀ ଦେଲେ ଏହି ରାଜ୍ୟ ସରକାର,ଛାତ୍ରଛାତ୍ରୀଙ୍କୁ ମଳିବ ୧୦ ଲକ୍ଷ ଲୋନ୍

0

କୋଲକାତା: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ଶାସନ ଗାଦିକୁ କବ୍‌ଜା କରିଥିବା ମମତା ବାନାର୍ଜୀ ଜନତାଙ୍କୁ କରିଥିବା ପ୍ରତିଜ୍ଞା ପୂରଣ କରିବା ଆରମ୍ଭ କରିଛନ୍ତି । କରୋନା ସମୟରେ ଗୁରୁବାର ରାଜ୍ୟ ମନ୍ତ୍ରୀମଣ୍ଡଳର ବସିଥିବା ବୈଠକରେ ଷ୍ଟୁଡେଣ୍ଟ କ୍ରେଡିଟ୍‌ କାର୍ଡ ସ୍କିମ୍‌କୁ ମଞ୍ଜୁରୀ ଦିଆଯାଇଛି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ତୃଣମୂଳ କଂଗ୍ରେସ୍‌ ନିର୍ବାଚନୀ ଘୋଷଣା ପତ୍ରରେ ଏହି ସୁବିଧା ପ୍ରଦାନ କରିବା ନେଇ ଘୋଷଣା କରିଥିଲା ।

ଏହି ଯୋଜନା ୩୦ ଜୁନ୍‌ରେ ଲଞ୍ଚ କରିଯିବ ବୋଲି ମମତା ଗଣମାଧ୍ୟମକୁ କହିଛନ୍ତି । ଏହାର ନାମ ଷ୍ଟୁଡେଣ୍ଟ କ୍ରେଡିଟ୍‌ କରଜ ଯୋଜନା ରଖାଯାଇଛି । ଏଥି ସହିତ ସେ କହିଛନ୍ତି ଯେ, ଦଶମ ଶ୍ରେଣୀ ବା ଏହାର ଉପର ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ଏହାର ଲାଭ ପାଇପାରିବେ । ଉଚ୍ଚ ଶିକ୍ଷା ନିମନ୍ତେ ଏହି ଯୋଜନା ମାଧ୍ୟମରେ କମ୍‌ ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଲୋନ୍‌ ନେଇପାରିବେ । ସୂଚନା ଅନୁସାରେ ଭାରତ କିମ୍ୱା ବିଦେଶରେ ଗ୍ରାଜୁଏସନ୍‌ ପଢୁ଼ଥିବା, ପୋଷ୍ଟ ଗ୍ରାଜୁଏସନ୍‌, ଡକ୍ଟରେଟ୍‌ ବା ପୋଷ୍ଟ ଡକ୍ଟରେଟ୍ ପାଠ ପାଇଁ ଲୋନ୍‌ ମିଳିପାରିବ ।

ଏହି ଯୋଜନାରେ ଜଣେ ଛାତ୍ର ୪୦ ବର୍ଷ ପର୍ଯ୍ୟନ୍ତ ଲାଭ ଉଠାଇ ପାରିବ । ଚାକିରୀ କରିବା ପରେ ଲୋନ୍‌ ନେଇଥିବା ଛାତ୍ରଙ୍କୁ ୧୫ ବର୍ଷ ସମୟ ଦିଆଯିବ । ଯେଉଁ ସମୟ ଭିତରେ ସେ କରଜ ସୁଝିବେ । ଲୋନ୍‌ ମିଳିବା ପକ୍ରିୟା ଏଥିରେ ସହଜ କରାଯାଇଛି । ଛାତ୍ରଛାତ୍ରୀମାନେ ଚାହିଁଲେ ଏହାକୁ ଅନ୍‌ଲାଇନ୍‌ ମଧ୍ୟ ନେଇ ପାରିବେ ।

Leave A Reply

Your email address will not be published.