ନୂଆଦିଲ୍ଲୀ : ବୋଲମାନୁନି କରୋନା ମହାମାରୀ । କ୍ଷୀପ୍ରଗତିରେ ବଢିବାରେ ଲାଗିଛି ସଂକ୍ରମଣ । ସରକାରୀ, ବେସରକାରୀ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ ପରେ ଏବେ ସର୍ବୋଚ୍ଚ ନ୍ୟାୟଳୟରେ କରୋନା ଆତଙ୍କ । ଏଠାରେ ଥିବା ପ୍ରାୟ ୫୦ ପ୍ରତିଶତ କର୍ମଚାରୀ ଓ ଅଧିକାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
All the benches which are scheduled to sit at 10:30 am will sit at 11:30 am and those scheduled to sit at 11 am will sit at 12 noon in Supreme Court, today: Additional Registrar, DEU pic.twitter.com/rfRHH49xAC
— ANI (@ANI) April 12, 2021
ପରେ କୋର୍ଟ ପରିସରକୁ ବିଶୋଧନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କୋର୍ଟରେ ଶୁଣାଣି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଫଳରେ ସମସ୍ତ ଶୁଣାଣି ଘରେ ବସି ଭର୍ଚୁଆଲରେ କରିବାକୁ ନିଷ୍ପତ୍ତି ହୋଇଛି । ପାଖାପାଖି ୧ ଘଣ୍ଟା ବିଳମ୍ୱରେ ସମସ୍ତ ବେଞ୍ଚ ବସିବ । ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ କହିଛନ୍ତି ସଂକ୍ରମିତଙ୍କ ଡାଟା ସବୁ ସଂଗ୍ରହ କରାଯାଇଛି । ତେବେ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତଥ୍ୟ ବି ସଂଗ୍ରହ କରାଯାଉଛି । ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ବି କରୋନା ଭୟ ଥିବାରୁ ଭିସିରେ ଶୁଣାଣି ହେବାକୁ ନିର୍ଦ୍ଦେଶ ଦିଆଯାଇଛି….