ସ୍ଵାମୀ ପରିତ୍ୟକ୍ତା ମହିଳାଙ୍କୁ ପ୍ରତାରଣା

0

ନିଆଳି : ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ପ୍ରତାରଣା । କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ରହମ୍ବା ଗ୍ରାମର ଜଣେ ସ୍ଵାମୀ ପରିତକ୍ତା ମହିଳାଙ୍କୁ ବର୍ଷେ ଧରି ନିକଟସ୍ଥ ବଳିଦା ଗାଁର ଯୁବକ ତ୍ରିନାଥ ଭୂୟାଁ ପ୍ରେମ କରି ଶାରିରୀକ ସମ୍ପର୍କ ରଖିଥିଲେ । ପରେ କିଛି ଦିନ ହେବ ମହିଳାଙ୍କୁ ପ୍ରତାରଣା କରି ମାଡ ମାରି ଲହୁ ଲୁହାଣ କରିଛନ୍ତି । ଫଳରେ ପୀଡିତା ମହିଳା ଜଣଙ୍କ ଗୋବିନ୍ଦପୁର ଥାନାରେ ପହଞ୍ଚି ଯୁବକଙ୍କ ନାଁରେ ଅଭିଯୋଗ କରିଛନ୍ତି ।

ମହିଳାଙ୍କ କହିବା ଅନୁସାରେ ସମ୍ପୃକ୍ତ ଯୁବକ ତାଙ୍କ ସହ ଅନେକ ଥର ଶାରିରୀକ ସମ୍ପର୍କ ରଖିବା ସହ ଜୋର କରି ଗର୍ଭପାତ କରାଇଛି । ଅତି ଅମାନୁସିକ ଭାବେ ମାଡ ମାରି ଲହୁଲୁହାଣ କରିଛି । ମାଡରେ ମହିଳାଙ୍କ ଜଂଘ, ହାତ, ପିଠି ଆଦି ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଘଟଣାକୁ ଗୁରୁତର ସହ ନେଇ ପୋଲିସ ଅଭିଯୁକ୍ତ ତ୍ରିନାଥକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

Leave A Reply

Your email address will not be published.