ସ୍ୱମୀ ସାଜିଲା ସଇତାନ:ସ୍ତ୍ରୀକୁ ବିଷ ପିଆଇ ଦେଲା ମାରି

0

ଉଦଳା : ସ୍ୱମୀ ସାଜିଲା ସଇତାନ । ସ୍ତ୍ରୀକୁ ବିଷ ପିଆଇ ଦେଲା ମାରି । ମୃତକ ଢୋଲଗଣ୍ଡି ଗ୍ରାମର ବାଙ୍କା ସୁଣ୍ଡି ତାଙ୍କ ସ୍ତ୍ରୀ ବାଲିମା ସୁଣ୍ଡି ବୋଲି ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଢୋଲଗଣ୍ଡି ଅଞ୍ଚଳରେ ଘଟିଛି ଘଟଣା । ଏନେଇ ଝିଅ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ,  ଶନିବାର ବାଙ୍କା ବଜାରରୁ ଫେରିବା ପରେ ସ୍ତ୍ରୀ ଘର ଭିତରେ ଶୋଇଥିଲେ । ତେବେ ସେ କିଛି ବିଷାକ୍ତ ଜିନିଷ ଖାଇ ଦେଇ ଗୁରୁତର ହୋଇଥିବା ଦେଖି ବାଙ୍କା ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଉଦଳା ଏବଂ ପରେ ବାରିପଦା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଶେଷରେ ତାଙ୍କର ବାରିପଦାରେ ମେଡିକାଲରେ ମୃତ୍ୟୁ ହୋଇଯାଇଥିଲା । ପରେ ଏହି ଘଟଣାକୁ ନେଇ ମୃତ ବାଲିମାଙ୍କ ବାପା ତାଙ୍କ ଝିଅକୁ ଜ୍ବାଇଁ ବିଷ ପିଆଇ ମାରି ଦେଇଥିବା କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛି । ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ସ୍ଵାମୀକୁ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ଵୀକାର କରିଛି । ବାଲିମାଙ୍କ ବାପାଙ୍କ କହିବାନୁସାରେ ଅନେକ ସମୟରେ ଝିଅ ଏବଂ ଜ୍ବାଇଁ ମଧ୍ୟରେ କଳହ ହୋଇଥାଏ । ଯାହାଫଳରେ ଜ୍ବାଇଁ ବାଙ୍କା ଝିଅକୁ ବିଷ ପିଆଇ ମାରି ଦେଇଥିବା ସେ କହିଛନ୍ତି ।

Leave A Reply

Your email address will not be published.