ସ୍ୱାମୀର ଶିଳପୁଆ ମାଡ଼ରେ ସ୍ତ୍ରୀର ମୃତ୍ୟୁ

0

ଯାଜପୁର : ଘରୋଇ କଳିରୁ ହତ୍ୟାକାଣ୍ଡ। ସ୍ଵାମୀର ଶିଳପୁଆ ମାଡ଼ରେ ସ୍ତ୍ରୀ ମୃତ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଶୁଶୁଆ ପଞ୍ଚାୟତ ଇଶ୍ୱରପୁର ଗାଁରେ ଘଟିଛି ଏଭଳି ନୃଶଂସ ହତ୍ୟାକାଣ୍ଡ। ମୃତକ ଜଣଙ୍କ ହେଲେ ବୀଣାପାଣି ଦାସ। ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ।

ସୂଚନାନୁଯାୟୀ, ଇଶ୍ୱରପୁର ଗାଁର ଅଭିରାମ ଦାସଙ୍କ ପୁଅ ଅରୁଣ ଦାସ ଓ ତାଙ୍କ ପତ୍ନୀ ବୀଣାପାଣି ଦାସଙ୍କ ମଧ୍ୟରେ ବହୁ ସମୟରେ ଝଗଡ଼ା ଲାଗି ରହୁଥିଲା । ପାରିବାରିକ ସମସ୍ୟା ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା । ଏମିତିକି ଚଳିତ ମାସ ୧୩ ତାରିଖ ଦିନ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଯାହାକୁ ନେଇ ମଙ୍ଗଳପୁର ଥାନା ପୋଲିସ ଅରୁଣଙ୍କୁ ଥାନାରେ ଅଟକ ରଖିଥିଲା । ତେବେ ଅରୁଣ ଥାନାରେ ଲିଖିତ ଭାବେ ସ୍ୱୀକାରୋକ୍ତି ପତ୍ର ଦେବା ପରେ ପୋଲିସ ଛାଡିଥିଲା । ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ପୁଣି ଥରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଏହି ସମୟରେ ଅରୁଣ ଉତ୍ତ୍ୟକ୍ତ ହୋଇ ଘରେ ଥିବା ଶିଳପୁଆରେ ପତ୍ନୀ ବୀଣାପାଣିରୁ ମୁଣ୍ଡକୁ ଛେଚି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୀଣାପାଣିଙ୍କ ମୃତ୍ୟୁ ହୋଇଛି ।

ତେବେ ବୀଣାପାଣିଙ୍କ ମୃତ୍ୟୁ ହୋଇଯିବା ଜାଣି ଅରୁଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଘର ଭିତରେ କବାଟ ବନ୍ଦ କରିଥିଲେ । ପଡୋଶୀ ଘଟଣା ସଂପର୍କରେ ସୂଚନା ପାଇ ମଙ୍ଗଳପୁର ଥାନାକୁ ଜଣାଇଥିଲେ । ମଙ୍ଗଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ଅରୁଣ ଦାସଙ୍କୁ କାବୁ କରିଥିଲେ । ଏହାପରେ ଥାନା ଆଣି ପଚରାଉଚରା ଜାରି ରଖିଛନ୍ତି । ସେପଟେ ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.