ସ୍ବାସ୍ଥ୍ୟ ବିଶେଷଜ୍ଞ, ଲୋକେ ସଚେତନ ହେଲେ ସଂକ୍ରମଣ ଅଧିକ କମିବ

0

ଭୁବନେଶ୍ବର : ସଂକ୍ରମଣ ହାର କମିବାର ଥିଲା, ଆଗକୁ ଆହୁରି କମିବ । ସଂକ୍ରମଣ କମିବା ହାର ସାଧାରଣ ଲୋକଙ୍କ ଉପରେ ନିର୍ଭର କରୁଛି । ଲୋକେ ସଚେତନ ହେଲେ ସଂକ୍ରମଣ ଅଧିକ କମିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ।

ଡେଲଟା ପ୍ଲସ୍ ଯୋଗୁଁ ତୃତୀୟ ଲହରି ଆସିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏଯାଏଁ WHO ବର୍ତ୍ତମାନ ଡେଲଟାର ଅନ୍ୟ ଭାରିଆଣ୍ଟକୁ ଭିନ୍ନ ଷ୍ଟ୍ରେନ୍ ଭାବେ ଗ୍ରହଣ କରିନାହିଁ ।  ଏବେ ବି ଏହାର ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି ।  ଆଗକୁ ଏହା କି ପ୍ରଭାବ ପକାଇବ ତାହା ପରେ ଜଣାପଡିବ। ବର୍ତ୍ତମାନ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।  ଦ୍ବିତୀୟ ଲହରୀରେ ହୋଇଥିବା ଭୁଲ ଯେଭଳି ପୁଣି ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଜରୁରୀ ।

ଭୁବନେଶ୍ବର ଆଇସିଏମଆର ରିସର୍ଚ୍ଚ ଅନୁଯାୟୀ, ୩୫୪ ଲୋକଙ୍କ ମଧ୍ୟରୁ ୨୭୪ ଜଣଙ୍କଠାରେ ଡବଲ ଡୋଜର ସୁଫଳ ମିଳିଛି ।  ଡବଲ ଡୋଜ ଟିକା ନେବା ପରେ ଗୁରୁତର ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ହୋଇଯାଇଛି। ସିଙ୍ଗଲ ଡୋଜ ଟିକା ନେବା ପରେ ମୃତ୍ୟୁ ହାର ଅନେକାଂଶରେ କମ୍ ହେଉଛି । ଆଗକୁ ସିଙ୍ଗଲ ଡୋଜ ଟିକା ଆସିବା ସମ୍ଭାବନା ରହିଛି ।

Leave A Reply

Your email address will not be published.