ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଲେ ଲୁଟେରା

0

ବାଲିପାଟଣା : ବାଲିପାଟଣା ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଟଙ୍କା ବ୍ୟାଗ୍ ବାଇକ୍ ରେ ଝୁଲାଇ ମିଠା ଦୋକାନକୁ ଯିବା ପରେ ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଲେ ଲୁଟେରା । ମଙ୍ଗଳବାର ଦିନ ଏଭଳି ଘଟଣା ଘଟିଛି ବାଲିପାଟଣା ଥାନା ବନମାଳିପୁର ବଜାରରେ ।

ଭଅଁରାଗଡ଼ ଗ୍ରାମର ବିରଞ୍ଚି ନାରାୟଣ ପାତ୍ର ବନମାଳପୁର ୟୁକୋ ବ୍ୟାଙ୍କ ଶାଖାରୁ ୯ଠ ହଜାର ଟଙ୍କା ଉଠାଇ ନିଜ ଘରକୁ ଫେରୁଥିଲେ । ଟଙ୍କା ବ୍ୟାଗ୍ ବାଇକ୍ ରେ ଝୁଲାଇ ବନମାଳିପୁର ବଜାରର ଏକ ମିଠା ଦୋକାନକୁ ଯାଇଥିଲେ ବିିରଞ୍ଚ । ଏହି ସମୟରେ ବିରଞ୍ଚି ଙ୍କୁ ପିଛା କରୁଥିବା ଦୁଇ ଲୁଟେରା ଟଙ୍କା ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ । ଏ ନେଇ ବିିରଞ୍ଚି ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.