ଟଙ୍କା ନେଇ ଫାଇନାନ୍ସ କମ୍ପାନୀ ଛୁ

0

ଯାଜପୁର : ପୁଣି ଅନଲାଇନ ଠକେଇ ଅଭିଯୋଗ । ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଜଣେ ଯୁବକ ଅନଲାଇନ ଠକେଇର ଶିକାର ହୋଇଛନ୍ତି । ଧର୍ମଶାଳା ଥାନା ଅଧୀନ ପାଟପୁର ପଂଚାୟତ ର ଯୁବକ ଦୀପକ ରାଉତ ଉତ୍ତର ପ୍ରଦେଶ ର ଏକ ଫାଇନାନ୍ସ କମ୍ପାନୀରେ ଅନଲାଇନ ମାଧ୍ୟମରେ ଏଜେଣ୍ଟ ଭାବେ ଚାକିରୀ କରିଥିଲେ । ଲୋକଙ୍କୁ ଋଣ ଦେବା ପାଇଁ ପ୍ରଥମେ ଏଜେଣ୍ଟକୁ ଗ୍ରାହକ ସଂଗ୍ରହ କରିବା ଓ ଟଙ୍କା ଫାଇଲ ଚାର୍ଜ ପାଇଁ ଟଙ୍କା ଡିପୋଜିଟ କରିବା ପାଇଁ କହିଥିଲେ ।ଏଜେଣ୍ଟ ମାନେ ଢେଙ୍କାନାଳ ଅଂଚଳର ଗ୍ରାହକଙ୍କଠୁ ଟଙ୍କା ନେଇ ଅନଲାଇନ ମାଧ୍ୟମରେ ଡିପୋଜିଟ କରିଥିଲେ । ପାଖାପାଖି ୧ ଲକ୍ଷ ୩୫ ହଜାର ଟଙ୍କା ବିଭିନ୍ନ ଗ୍ରାହକଙ୍କଠୁ ଆଣି ଡିପୋଜିଟ କରିଥିଲେ । ହେଲେ ପରବର୍ତୀ ପର୍ଯ୍ୟାୟରେ ସମ୍ପୃକ୍ତ ସଂସ୍ଥାର କୌଣସି କର୍ମଚାରୀଙ୍କ ମୋବାଇଲ ଲାଗୁନି । ଯାହାଫଳରେ ସମ୍ପୃକ୍ତ ସଂସ୍ଥା ସହ ଯୋଗାଯୋଗ ହୋଇ ପାରୁ ନଥିବା ବେଳେ ଗ୍ରାହକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଏଜେଣ୍ଟ ।ଦୀପକଙ୍କ ଭଳି ବହୁ ଏଜେଣ୍ଟ ଏହି ଭଳି ଅନଲାଇନ ଠକେଇ ର ଶିକାର ହୋଇଛନ୍ତି । ଏ ନେଇ ଧର୍ମଶାଳା ଥାନାର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନି । ଅନ୍ୟପଟେ ଗ୍ରାହକ ମାନେ ଟଙ୍କା ନ ପାଇବାରୁ ଏଜେଣ୍ଟଙ୍କ ନାମରେ ଥାନାରେ ମାମଲା ରୁଜୁ କରିଥିବା ବେଳେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଏଜେଣ୍ଟ ମାନେ ନିବେଦନ କରିଛନ୍ତି ।

Leave A Reply

Your email address will not be published.