ଟାଟା ଗ୍ରୁପ୍‌ ସହ ମିଳାଇଲା ହାତ, ଓପନ୍‌-ରାନ୍‌ ୫ଜିକୁ ଏୟାରଟେଲ୍‌ର ଫୋକସ୍

0

ନୂଆଦିଲ୍ଲୀ: ଭାରତରେ ୫ଜି ଟେକ୍ନୋଲୋଜି ପରୀକ୍ଷଣ ପାଇଁ ଟେଲିକମ୍‌ କମ୍ପାନିମାନେ ଜୋରଦାର ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତରେ ଓପନ୍‌-ରାନ୍‌ ଭିତ୍ତିକ ୫ଜି ଟେକ୍ନୋଲୋଜି ବ୍ୟବହାର ନିମନ୍ତେ ଭାରତୀ ଏୟାରଟେଲ୍‌ ଟାଟା ଗ୍ରୁପ୍‌ ସହ ଏକ ରଣନୀତିକ ସହଯୋଗିତା ସ୍ଥାପନ କରିଛି ।

ବିଶ୍ଳେଷକଙ୍କ ମୁତାବକ ସ୍ୱଦେଶୀ ଜ୍ଞାନକୌଶଳରେ ଓପନ୍‌-ରାନ୍‌ ଟେକ୍ନୋଲୋଜି ବିକାଶ କରାଯାଇଛି । ଫଳରେ ୫ଜି ସେବାର ଖର୍ଚ୍ଚ ହ୍ରାସ ପାଇପାରେ । କମ୍ପାନି ୨୦୨୨ ଜାନୁଆରୀରେ ୫ଜି ଯୋଜନାକୁ ପାଇଲଟ୍‌ ଭିତ୍ତିରେ କାର୍ଯ୍ୟକାରୀ କରିବ ବୋଲି କହିଛି । ଉଲ୍ଲେଖଯୋଗ୍ୟ, ରିଲାଏନ୍ସ ଜିଓ ମଧ୍ୟ ୫ଜି ନେଟ୍‌ୱର୍କ ନିମନ୍ତେ ସ୍ୱଦେଶୀ ଟେକ୍ନୋଲୋଜି ବ୍ୟବହାର କରିଛି । ଉଭୟ ରେଡିଓ ଏବଂ ପ୍ରମୁଖ ଟେକ୍ନୋଲୋଜି ପାଇଁ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଉଛି । କମ୍ପାନି ଏବେ ମୁମ୍ବାଇରେ ଏହାର ୫ଜି ପରୀକ୍ଷଣ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.