ଥମୁନି ଦନ୍ତା ହାତୀ ଉପଦ୍ରବ

0

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ଥମୁନି ଦନ୍ତା ହାତୀ ଉପଦ୍ରବ । ଗୋଠଛଡା ଦନ୍ତାର ଉପଦ୍ରବରେ ଲୋକେ ଅତିଷ୍ଠ ହେଲେଣି । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ଫସଲ ନଷ୍ଟ କରୁଛି । ଯାହାକୁ ନେଇ ଲୋକେ ଏବେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୧ଟା ବେଳେ ବନ୍ଦା ଓ ବାଲିଯୋଡି ଗାଁରେ ପଶି ପାତି ନାୟକ, ଜିତୁ ପିଙ୍ଗୁଆ, ରଥ ନାୟକଙ୍କ ଘର ଭାଙ୍ଗି ଧାନଚାଉଳ ଖାଇଦେଇଛି ଗୋଠଛଡା ଦନ୍ତା। ଜିତୁ ପିଙ୍ଗୁଆଙ୍କ ଘର ଭାଙ୍ଗି ପ୍ରାୟ ୨୦ବସ୍ତା ଧାନ ଖାଇ ଯାଇଛି ଦନ୍ତା ହାତୀ । ଘର ଭାଙ୍ଗିବା ଦେଖି ଜିତୁ ପାଟି କରିଥିଲେ । ଗାଁ ଲୋକଙ୍କ ସହାୟତା ନିଆଁହୋଳା ଓ ବାଣ ଫୁଟାଇ ଦନ୍ତାକୁ ଘଉଡାଇଥିଲେ ସେପଟେ ପାତି ନାୟକ ଘର ମଧ୍ୟ ଭାଙ୍ଗି ଦେଇଛି ଦନ୍ତା । ବାଲିଯୋଡି ଗାଁର ରଥି ନାୟକ ଘରେ ଶୋଇଥିବା ବେଳେ ଘରକୁ ଭାଙ୍ଗି ଘରେ ଥିବା ସାଇକେଲ କୁ କଚାଡି ଭାଙ୍ଗି ଦେଇଛି । ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।

Leave A Reply

Your email address will not be published.