ଥମୁନି ହାତୀପଲଙ୍କ ଉବଦ୍ରବ, କାନ୍ଥ ପଡି ଜଣେ ୫ ବର୍ଶର ଶିଶୁ ପୁତ୍ର ଗୁରୁତର

0

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଧିନ ବିମଳା ଫରେଷ୍ଟ ବିଟରେ ଥମୁନି ହାତୀପଲଙ୍କ ଉବଦ୍ରବ । ଗତକାଲି ବିଳମ୍ବିତ ରାତିରେ କୃଷ୍ଣପୁର ଗାଁରେ ପଶି ହାତୀ ପଲ ଘର ଭାଙ୍ଗି ଦେଇଛନ୍ତି। ଫଲରେ କାନ୍ଥ ପଡି ଜଣେ ୫ ବର୍ଶର ଶିଶୁ ପୁତ୍ର ଗୁରୁତର ହୋଇଛନ୍ତି।

ସୂଚନାନୁଯାୟୀ, ଗତ କିଛିଦିନ ଧରି ତେଲକୋଇ ରେଞ୍ଜ କୃଷ୍ଣପୁର ଗାଁରେ ୧୨ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ରବିବାର ବିଳମ୍ବିତ ରାତିରେ ଗାଁରେ ପଶି ହାତୀପଲ ଗୋବିନ୍ଦ ନାୟକ ଓ କଷ୍ଟୁ ନାୟକଙ୍କ ଘର ଭାଙ୍ଗି ଦେଇଥିଲେ । ଏହାସହ ଧାନ ଚାଉଳ ବି ଖାଇଯାଇଥିଲେ । ତେବେ ଘର ଭାଙ୍ଗିବା ସମୟରେ କାନ୍ଥ ପଡି କଷ୍ଟୁ ନାୟକଙ୍କ ୫ ବର୍ଷର ଶିଶୁ ଗୁରୁତର ହୋଇ ପଡିଛନ୍ତି । ତାଙ୍କର ବାମ ଗୋଡ ଫ୍ୟାକ୍ଚର ହୋଇଯାଇଛି। ଶିଶୁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ହାତୀପଲ ସେଠାରୁ ଯାଇ ବୈଦନାଳୀ ସାହିରେ ଗୋବିନ୍ଦ ନାୟକଙ୍କ ଘର ଭାଙ୍ଗିଥିଲେ । ଘରେ ଥିବା ୪ ବସ୍ତା ଧାନ ଓ ଦୁଇ ବସ୍ତା ଚାଉଳକୁ ଖାଇ ଯାଇଥିଲେ । ତେବେ ଘରେ ଶୋଇଥିବା ଗୋବିନ୍ଦଙ୍କ ପୁଅ ହାତୀଙ୍କ କବଳରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡାଇଥିବା ଜଣା ପଡିଛି ।

Leave A Reply

Your email address will not be published.