ଥମୁନି ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ଏକର ଏକର ଧାନଫସଲ

0

ତେଲକୋଇ : ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ । ବିମଳା ଫରେଷ୍ଟ ବିଟ ଟ ଭିମକାଣ୍ଡ ପଞ୍ଚାୟତ କୁଇଲିସୂତା ଓ ଗୋଧୂଳି ଗାଁରେ ଏକର ଏକର ଧାନଫସଲ ନଷ୍ଟ । ଗତକାଲି ବିଳମ୍ବିତ ରାତିରେ ବିମଳା ଫରେଷ୍ଟ ବିଟ ଅଞ୍ଚଳ କୁଇଲିସୂତା ଓ ଗୋଧୂଳି ଗାଁରେ ୮ ଟିକିଆ ହାତୀପଲ ଉପଦ୍ରବ ଚଳାଇଥିଲେ । ଗାଁର ଏକର ଏକର ଧାନଫସଲକୁ ଦଳି ମକଚି ନଷ୍ଟ କରିଦେଇଛନ୍ତି ହାତୀପଲ ।

ଗାଁର ଗୁରୁଚରଣ ପେଣ୍ଠେଇ, ତ୍ରିଲୋଚନ ମହାନ୍ତ, ଗୁରୁ ମହାକୁଡ଼ଙ୍କ ଧାନଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି ହାତୀପଲ । ବନବିଭାଗ ହାତୀଙ୍କୁ ନିରୀକ୍ଷଣ କରି ଘଉଡାଇବା ଆବଶ୍ୟକ ଥିବାବେଳେ ହାତୀଙ୍କ କବଳରୁ ଲୋକଙ୍କ ଧନଜୀବନ ରକ୍ଷା କରିବାରେ ବନବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ବାରମ୍ବାର ହାତୀ ଉପଦ୍ରବର ଶିକାର ହେବାସହ ଲୋକଙ୍କ ଧନଜୀବନ ଓ ଫସଲ ନଷ୍ଟ ହେବା ଦ୍ବାରା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭୁଷୁଡି ପଡୁଛି । ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୁଷ୍ଟ ବୃଦ୍ଧି ପାଇବାରେ ପାଇଛି।

Leave A Reply

Your email address will not be published.