ଥମୁନି ହାତୀ ଉପଦ୍ରବ

0

ତେଲକୋଇ, : କେନ୍ଦୁଝର ଜିଲ୍ଲା  ତେଲକୋଇ ରେଞ୍ଜରେ ଥମୁନି ହାତୀ ଉପଦ୍ରବ ।କୁଣ୍ଡେଇହତା ଗାଁରେ ହାତୀପଲଙ୍କ ଉପଦ୍ରବ ।  ଭାଙ୍ଗିଲେ ଘର ଓ ଖାଇଗଲେ ଧାନଚାଉଳ ।

ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ ।ଘର ଭାଙ୍ଗିବା ସହ ନଷ୍ଟ କଲେ ଏକର ଏକର ଧାନଫସଲ।ରବିବାର ବିଳମ୍ବିତ ରାତିରେ ବିମଳା ଫରେଷ୍ଟ ବିଟ ଅଞ୍ଚଳ କୁଣ୍ଡେଇହତା ଗାଁ ପାତ୍ର ସାହିରେ ୧୦ ଟିକିଆ ହାତୀପଲ ଉପଦ୍ରବ ଚଳାଇଥିଲେ ।ବିରଞ୍ଚି ପାତ୍ରଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଓ ବିରି କୋଳଥ ଖାଇଯାଇଛନ୍ତି ।ଘରେ ଥିବା ଦୁଇ ବସ୍ତା ଧାନ ଓ ଦୁଇ ବସ୍ତା ଚାଉଳକୁ ଘରୁ ଟେକିନେଇ ଯାଇଛନ୍ତି।

ହାତୀପଲ ଆହୁରି ମଧ୍ୟ ବିରଞ୍ଚି ପାତ୍ରଙ୍କ ଦୁଇ ବଖରା ଘରକୁ  ଭାଙ୍ଗି ଦେଇଛନ୍ତି।ସେମାନେ ଘର ଭାଙ୍ଗିବା ଦେଖି  ପରିବାର ଲୋକେ ପାଟି କରିଥିଲେ ।ପାଟି ଶୁଣି ଗାଁ ଲୋକେ ପହଞ୍ଚି ଥିଲେ ।ଗାଁ ଲୋକଙ୍କ ସହାୟତାରେ ହାତୀପଲଙ୍କୁ ଘଉଡାଇଥିଲେ ପରିବାର ଲୋକେ ।ସେପଟେ ଗାଁର ଅଖିଳ ପ୍ରଧାନ, କୁନି ବିଶ୍ବାଳ, ତାରାମଣି ପ୍ରଧାନଙ୍କ ଏକର ଏକର ଧାନଫସଲକୁ ଦଳିମକଚି ସେମାନେ ନଷ୍ଟ କରିଦେଇଛନ୍ତି ।

ତେବେ ବନବିଭାଗ ହାତୀଙ୍କ କବଳରୁ ଲୋକଙ୍କ ଧନଜୀବନ ରକ୍ଷା କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।ବାରମ୍ବାର ହାତୀ ଉପଦ୍ରବର ଶିକାର ହେବାସହ  ଲୋକଙ୍କ ଧନଜୀବନ ଓ ଫସଲ ନଷ୍ଟ ହେବା ଦ୍ବାରା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭୁଶୁଡି ପଡୁଛି ।ଏ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.