ଥମୁନି ହାତୀପଲଙ୍କ ଉପଦ୍ରବ

0

ତେଲକୋଇ,: କେନ୍ଦୁଝର ଜିଲ୍ଲା  ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀପଲଙ୍କ ଉପଦ୍ରବ । ପାଟଖଳି ଗାଁରେ ନଷ୍ଟ କଲେ ଏକର ଏକର ଧାନଫସଲ ।

ଶନିବାର ବିଳମ୍ବିତ ରାତିରେ ୧୬ ଟିକିଆ ହାତୀପଲ ଗାଁର ଧାନ ଜମିରେ ପଶି ଫସଲ ନଷ୍ଟ କରିଛନ୍ତି । ରୁନୁରାଣି ମହାନ୍ତ, ଚୈତନ୍ୟ ନାୟକ, ନିରଞ୍ଜନ ମହାନ୍ତ, ପଙ୍କଜ ନାୟକ ପ୍ରମୁଖ ୧୧ ଜଣ ଚାଷୀଙ୍କର ଏକର ଏକର  ଧାନଫସଲକୁ ନଷ୍ଟ କରିଛନ୍ତି ହାତୀପଲ ।ପ୍ରାୟ ୨୦ ଏକରରୁ ଉର୍ଦ୍ଧ୍ବ ଜମିର ଫସଲ ନଷ୍ଟ ହୋଇଯାଇଛି।

ଗୋଟିଏ ପଟେ ବର୍ଷା ଅଭାବରୁ ଚାଷୀ ଚିନ୍ତାରେ। ଏତିକି ବେଳେ ହାତୀ ଉପଦ୍ରବ ବୋଝ ଉପରେ ଲଳିତା ବିଡା ସଦୃଶ ଚାଷୀ ଉପରେ ପ୍ରଭାବ ପକାଇଛି ।ହାତୀ ଉପଦ୍ରବରୁ ନିଜ ଫସଲକୁ ସୁରକ୍ଷା ଦେବା ଚାଷୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

Leave A Reply

Your email address will not be published.