ଥମୁନି ହାତୀପଲଙ୍କ ଉପଦ୍ରବ

0

ତେଲକୋଇ : ଥମୁନି ହାତୀପଲଙ୍କ ଉପଦ୍ରବ । ଗତ ୧୦ ଦିନ ଧରି ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ହାତୀପଲ ଙ୍କ ଉପଦ୍ରବ ଜାରି ରହିଛି ।ଏକର ଏକର ଧାନଫସଲକୁ ମାଡି ଦଳି ନଷ୍ଟ କରିଛନ୍ତି ହାତୀପଲ । ହାତୀଙ୍କୁ ଘଉଡାଇବା ପାଇଁ ଯେଭଳି ପଦକ୍ଷେପ ଗ୍ରହଣ କରିବା କଥା ବନବିଭାଗ ତାହା କରୁ ନଥିବା ଅଭିଯୋଗ ଆଣିଛନ୍ତି ଲୋକେ ।

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବିମଳା ଫରେଷ୍ଟ ବିଟ ଅଞ୍ଚଳ ଉଦୟଗିରି ଗାଁ ରେ ୮ ଟିକିଆ ହାତୀପଲ ପଶି ଦୁଃଖବନ୍ଧୁ ମହାକୁଡ,ସନାତନ ନାୟକ, ଲକ୍ଷ୍ମୀ ଧର ନାୟକ ଙ୍କ ଧାନଫସଲ କୁ ନଷ୍ଟ କରିଛନ୍ତି ।ୠଣ ଓ ଧାର କରଜ କରି ମୁଣ୍ଡ ଝାଳ ତୁଣ୍ଡ ରେ ମାରି ଚାଷୀ ଚାଷ କରିଥିବା ବେଳେ ହାତୀଙ୍କ ଦାଉରୁ ଫସଲ କୁ ସୁରକ୍ଷା ଦେବା ତାପକ୍ଷେ ସମ୍ଭବ ହେଉନାହିଁ । ଦିନ ଦିନ ଧରି ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ଲୋକଙ୍କ ଧନଜୀବନ ସହ ଫସଲ କୁ ହାତୀଙ୍କ କବଳରୁ ସୁରକ୍ଷା ଦେବାରେ ବନବିଭାଗ ବିଫଳ ହୋଇଛି ।ଏହାକୁ ନେଇ ଅଞ୍ଚଳ ଚାଷୀ ଏବେ ଚିନ୍ତାରେ ପଡିଯାଇଛି। ଚାଷୀ ଙ୍କୁ କ୍ଷତିପୁରଣ ଯୋଗାଇ ଦେବାପାଇଁ ଦାବି କରିଛନ୍ତି ଚାଷୀ ।

Leave A Reply

Your email address will not be published.