ଥମୁନି ହାତୀପଲଙ୍କ ଉପଦ୍ରବ

0

ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପିରେ ରେଞ୍ଜରେ ବଢିଚାଲିଛି ହାତୀପଲଙ୍କ ଉପଦ୍ରବ । ଗାଁର ପଶି ଅମଳ ହୋଇଥିବା ଫସଲକୁ ଦଳିଚକଟି ନଷ୍ଟ କରୁଛନ୍ତି । ହାତୀପଲଙ୍କ ଉପଦ୍ରବରେ ଅଞ୍ଚଳବାସୀ ଭୟଭୀତ ହୋଇଛନ୍ତି । ବନବିଭାଗ ହାତୀପଲକୁ ଘଉଡାଇବା ବିଫଳ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକ ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଏକୁଟିଆ ବୁଲୁଥିବା ଗୋଠ ଛଡା ଦନ୍ତାଟି କୁଶକଳା ଗାଁରେ ପଶି ମଙ୍ଗଳୁ ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଛନ୍ତି । ଏହାସହ ଘର ସମ୍ମୁଖରେ ଥିବା କ୍ଷେତରେ ପଶି ଧାନ ଓ ମକା ଫସଲକୁ ଦଳି ଚକଟି ନଷ୍ଟ କରିଦେଇଛି । ହାତୀ ଆସିଥିବା ଜାଣିପାରି ମଙ୍ଗଳୁଙ୍କ ପରିବାର ଘରୁ ବାହାରକୁ ଦୌଡ଼ି ପଳାଇଥିଲେ । ଗ୍ରାମବାସୀ ଘଉଡାଇବା ଦ୍ୱାରା ହାତୀଟି ନିକଟସ୍ଥ ଜଙ୍ଗଲକୁ ପଳାଇଥିଲା । ତେବେ ଅମଳ ହେବା ପରେ ହାତୀପଲ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।  ବନବିଭାଗ ହାତୀଙ୍କୁ ଘଉଡାଇବା ସହିତ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.