ଟିକେଟ୍‌ ନ ମିଳିବାରୁ ଦଳ ଛାଡିଲେ ଶୋଭନ ଓ ବୈଶାଖୀ

0

କୋଲକାତା: ରାଜନୈତିକ ବିଶେଷଜ୍ଞମାନେ ଭାବିଥିଲେ ବେହେଲା ପୂର୍ବ ଆସନରେ ବିଜେପି ପ୍ରାର୍ଥୀ ତାଙ୍କୁ କରାଯିବ । କିନ୍ତୁ ତାହା ସମ୍ଭବ ହେଲାନି । ସେହି ଆସନରେ ଶୋଭନ ଚାଟାର୍ଜୀଙ୍କ ବଦଳରେ ଅଭିନେତ୍ରୀ ପାଏଲ ସରକାରଙ୍କୁ ବିଜେପି ପ୍ରାର୍ଥୀ କରିଛି । ତାହାକୁ ବିରୋଧ କରି ରବିବାର ବିଜେପି ଛାଡ଼ିଛନ୍ତି ଶୋଭନ ଓ ତାଙ୍କ ବାନ୍ଧବୀ ବୈଶାଖୀ ବାନାର୍ଜୀ । ଦଳୀୟ ନେତୃତ୍ୱଙ୍କୁ ଚିଠି ଦେଇ ଏହା ଜଣାଇ ଦେଇଛନ୍ତି ।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ଏବଂ ଅରବିନ୍ଦ ମେନନଙ୍କୁ ଉଭୟ ତାଙ୍କର ନିଷ୍ପତ୍ତି ଚିଠି ମାଧ୍ୟମରେ ଜଣାଇ ଦେଇଛନ୍ତି । ଅତୀତରେ ଏହି କେନ୍ଦ୍ରରେ ଶୋଭନ ଚାଟାର୍ଜୀ ତୃଣମୂଳ ପ୍ରାର୍ଥୀ ହେଉଥିଲେ । ସେ ଦଳ ଛାଡ଼ିବା ପରେ ତାଙ୍କ ପତ୍ନୀ ରତ୍ନା ଚାଟାର୍ଜୀଙ୍କୁ ଏଠାରେ ପ୍ରାର୍ଥ କରିଛି ତୃଣମୂଳ । ଶୋଭନଙ୍କୁ ବେହେଲା ବେହେଲା ପଶ୍ଚିମ କେନ୍ଦ୍ରରେ ପ୍ରାର୍ଥୀ ହେବାକୁ କୁହାଯାଇଥିଲା । ମାତ୍ର ସେ ଓ ତାଙ୍କ ବାନ୍ଧବୀ ଏଥିରେ ରାଜି ହୋଇ ନଥିଲେ । ରବିବାର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । କିନ୍ତୁ ଶୋଭନଙ୍କ ନାମ ଏଥିରେ ନଥିବା ଦେଖାଯାଇଛି । ସେହିପରି ତାଙ୍କ ବାନ୍ଧବୀ ବୈଶାଖୀଙ୍କୁ କୌଣସି କେନ୍ଦ୍ରରେ ପ୍ରାର୍ଥୀ କରିବାକୁ ଦଳ ଭାବିନାହିଁ । ସେଥିପାଇଁ ଏହି ଯୋଡ଼ି ହିଁ ଦଳ ଛାଡ଼ିଥିବା ଜଣାପଡ଼ିଛି ।

Leave A Reply

Your email address will not be published.