ଟିକା ଅଭାବ ପାଇଁ ଆଜି ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ବୁଧବାର ରାଜ୍ୟର ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଟିକା ଅଭାବ ପାଇଁ ଏହି ସବୁ ଜିଲ୍ଲାରେ ଥିବା ଟିକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି।

0

ବୁଧବାର ରାଜ୍ୟର ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଟିକା ଅଭାବ ପାଇଁ ଏହି ସବୁ ଜିଲ୍ଲାରେ ଥିବା ଟିକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି। ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କୋରାପୁଟ ଓ ସୋନପୁରରେ ସମସ୍ତ ଟିକା କେନ୍ଦ୍ର ବନ୍ଦ ରହିବ। ଆଗକୁ ଟିକା ଆସିବା ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇପାରେ।

ରାଜ୍ୟରେ ଏବେ କୋଭିସିଲଡ୍‌ ଟିକାର ଅଭାବ ଦେଖାଦେଲାଣି। ଆଜିସୁଦ୍ଧା ଆଉ ମାତ୍ର ୩୮୩୮୦ ଡୋଜ୍‌ କୋଭିସିଲଡ୍‌ ଟିକା ମହଜୁଦ ରହିଛି। ଟିକା ସମସ୍ୟା ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅବଗତ କରିଥିଲେ । ତୁରନ୍ତ ରାଜ୍ୟକୁ ଟିକା ଯୋଗାଇବାକୁ ଅନୁରୋଧ କରିଥିଲେ। କିନ୍ତୁ କେନ୍ଦ୍ରରୁ ଟିକା ନ ଆସିବାରୁ ଏବେ ବାଧ୍ୟ ହୋଇ ଅନେକ ଜିଲ୍ଲାରେ ଟିକା କେନ୍ଦ୍ର ବନ୍ଦ କରାଯାଇଛି। ଆସନ୍ତା ଜୁଲାଇ ୨ ତାରିଖରେ କେନ୍ଦ୍ର ସରକାର କୋଭିସିଲଡ୍‌ ପଠାଇବେ ବୋଲି ଜଣାପଡ଼ିଛି। ଆଜିସୁଦ୍ଧା ରାଜ୍ୟରେ ୧କୋଟି ୧୮ଲକ୍ଷ ୩୫ହଜାର ୭୭୦ ଡୋଜ୍‌ ଟିକା ଦିଆସରିଛି।

Leave A Reply

Your email address will not be published.