ଟୋକିଓରେ କରୋନା:ପ୍ରଥମ ଥର ଟୋକିଓରେ ଦିନକରେ ୩୧୭୭ କରୋନା ମାମଲା

0

ଟୋକିଓ,: ଜାପାନର ରାଜଧାନୀ ଟୋକିଓରେ କରୋନା ମାମଲା ବଢିବାରେ ଲାଗିଛି। ବୁଧବାର ରାଜଧାନୀରେ ୩୧୭୭ ନୂଆ ସଂକ୍ରମଣ ମାମଲା ରେକର୍ଡ କରାଯାଇଛି। ମଙ୍ଗଳବାର ୨୮୪୮ଟି ନୂଆ ମାମଲା ସାମନକୁ ଆସିଥିଲା। ଖେଳର ମହାକୁମ୍ଭଟୋକିଓ ଅଲିମ୍ପିକ ଆରମ୍ଭ ହେବାପରେ ଏଭଳି ଘଟଣା ପ୍ରଥମ ଥର ଆସିଛି। ଯେବେ ତିନି ହଜାରରୁ ଅଧିକ ମାମଲା ସାମନାକୁ ଆସିଛି। ଯାହାଫଳରେ ଟୋକିଓ ଅଲିମ୍ପିକ ଓ ଆଥଲେଟ୍‌ଙ୍କୁ ନେଇ ଚିନ୍ତା ବଢିଛି। ଏହା ପୂର୍ବରୁ ଅଲମ୍ପିକିର ସ୍ପୋର୍ଟସ୍ ଭିଲେଜରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଉଲ୍ଲେଖନୀୟ ଯେ, ଟୋକିଓରେ ସଂକ୍ରମିତଙ୍କ ସଂଖ୍ୟା ୨୦୬,୭୪୫ ହୋଇଯାଇଛି। ୧୨ ଜୁଲାଇରୁ ସେଠାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି।

Leave A Reply

Your email address will not be published.