ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ବାରିପଦା ରେଲୱେ ଷ୍ଟେସନ ନିକଟରେ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ସୁନଗଡିଆ ସାହିର ୨୩ ବର୍ଷ ବୟସ୍କ ରବୀନ୍ଦ୍ର ସିଂ ।

ସୂଚନାଯୋଗ୍ୟ ଯେ, ବୁଧବାର ରାତି ପ୍ରାୟ ୩ଟା ୩୦ମିନିଟ୍ ସମୟରେ ଟ୍ରେନ୍‌ ଲାଇନରେ ‌ଶୌଚ ସାରି ଘରକୁ ଫେରୁଥିବା ସମୟରେ ବାରିପଦା-ଶାଲିମାର ସୁପରଫାଷ୍ଟ ଟ୍ରେନ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏଭଳି ଦୁଃଖଦ ଘଟଣାରେ କୌଣସି ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ମୃତ ଯୁବକ ଜଣଙ୍କ ଏକ ମୁଟିଆ ଭାବରେ ନିଜର ପରିବାରର ଜୀବନ ଜୀବିକା ନିର୍ଭରଶୀଳ ଥିବାରୁ ଏବେ ଶୋକାକୂଳ ପରିବାର ଚିନ୍ତାରେ। ଏନେଇ ପରିବାର ଲୋକଙ୍କ ପକ୍ଷରୁ କ୍ଷତି ପୂରଣ ପାଇଁ ପ୍ରଶାସନକୁ ଦାବି କରାଯାଇଛି।

Leave A Reply

Your email address will not be published.