ଟ୍ରେନ ଲାଇନରେ କଟି ଯୁବକ ମୃତ

0

ଜୟପୁର,  : କୋରାପୁଟ ଜିଲ୍ଲା ଜୟପୁର ନିକଟରେ ଟ୍ରେନ ଲାଇନରେ କଟି ଯୁବକ ମୃତ । ମୃତ ଯୁବକ ଜଣଙ୍କ ହେଲେ ଜଗନ୍ନାଥ ବାଗ ।

 

ରବିବାର ସକାଳେ ଏହି ଅଘଟଣ ଘଟିଛି । ତେବେ ଯୁବକ ଜଣଙ୍କ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଛନ୍ତି ନା ଦୁର୍ଘଟଣାରେ ତାଙ୍କ ଜୀବନ ଯାଇଛି ଏହାର ତଦନ୍ତ କରୁଛି ଜିଆରପି। ମୃତ ବ୍ୟକ୍ତି ଜଣଙ୍କ ମାନସିକ ସ୍ଥିତି କିଛି ଦିନ ହେଲା ଠିକ୍ ନଥିଲା ବୋଲି ଜଣାପଡିଛି ।

 

ସେ ଶନିବାର ରାତିରେ ଘରଛାଡି କୁଆଡେ ଚାଲିଯାଇଥିଲେ ବୋଲି ମୃତକଙ୍କ ସଂପର୍କୀୟ କହିଛନ୍ତି।ଜିଆରପି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.