ଟ୍ରକ ସହ ପିଟିହେଲା କାର ଚାଲିଗଲା ୪ ଜୀବନ

0

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୪ଜଣ ଯୁବକଙ୍କ ମୃତ୍ୟୁ । ତେବେ ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି । ଘଟଣା ଘଟିଥିଲା ଭୋପାଳର ହୋଶଙ୍ଗାବାଦ ରୋଡରେ । ରବିବାର ଭୋର ୩.୩୦ରେ ହୋଶଙ୍ଗାବାଦ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ ଯେତେବେଳେ ଦୁର୍ଘଟଣା ଘଟିଥିଲା ସେତେବେଳେ କାରର ବେଗ ବହୁତ ଥିଲା ।

ଫଳରେ ଗାଡି ଚଳାଉଥିବା ଯୁବକ ନିୟନ୍ତ୍ରଣ ହରାଇ ବସିଥିଲେ । ଆଉ ଆଗରେ ଯାଉଥିବା ଟାଇଲ ବୋଝେଇ ଟ୍ରକ ସହ ପିଟି ହୋଇଯାଇଥିଲା । କାରର ଗତି ଏତେ ଦ୍ରୁତ ଥିଲା ଯେ କାରଟି ଟ୍ରକ୍ ତଳେ ପଶିଯାଇଥିଲା । ଫଳରେ କାରରେ ଯାଉଥିବା ୫ ଯୁବକଙ୍କ ମଧ୍ୟରୁ ଚାରିଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଆଉ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ଏହା ପରେ ଗ୍ୟାସ କଟର ଏବଂ ଜେସିବି ସହାୟତାରେ ଟ୍ରକ ତଳେ ଫସି ରହିଥିବା କାରକୁ ଟାଣି ବାହାର କରାଯାଇଥିଲା । ଏଥିସହ ଆହତଙ୍କୁ ବି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.