ଟ୍ରଲର ଓ ଅଟୋ ମୁହାଁମୁହିଁ ଧକ୍କା : ୩ ଗୁରୁତର

0

ପଟ୍ଟାଙ୍ଗୀ  : ଟ୍ରଲର ଓ ଅଟୋ ମୁହାଁମୁହିଁ ଧକ୍କା। ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ଅଛନ୍ତି। ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨୬ ନମ୍ବର ଜାତୀୟ ରାଜପଥ ସୁନ୍ଦିପୁଙ୍ଗାର ନିକଟରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନାନୁସାରେ, ସୁନ୍ଦିପୁଙ୍ଗାର ସ୍ଥିତ କାଜୁ ଫାର୍ମ ନିକଟରେ ଟ୍ରଲର ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କ ମଧ୍ୟରେ କୂତଗାଁ ଗ୍ରାମର ଘାସି ନାୟକ, ଡମ୍ବୁ ଜାଣି ଓ ନନ୍ଦିବାଲି କିରସାନି ଅଛନ୍ତି। ୩ ଗୁରୁତରଙ୍କୁ କିରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ତେବେ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଟ୍ରଲରଟିକୁ ନେଇ ଡ୍ରାଇଭର ଫେରାର ହୋଇଯାଇଛି। ଘଟଣାସ୍ଥଳରେ ପଟ୍ଟାଙ୍ଗି ଆଇ ଆଇ ସି କୈବଲ୍ୟ ସେଠ ଓ ତାଙ୍କ ଟିମ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.