ବ୍ରହ୍ମପୁର : ଟ୍ରେନ୍ ଧକ୍କାରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଲେବଲ କ୍ରସିଂ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନ୍ୟ ୪ ଜଣ ଶ୍ରମିକ । ଲେବଲ କ୍ରସିଂ ପାର ହେଉଥିବା ବେଳେ ଧକ୍କା ଦେଇଥିଲା ଟ୍ରେନ୍ । ରବିବାର ବିଳମ୍ବିତ ରାତିରେ ବିଶାଖା-ଟାଟା ନଗର ଡାଉନ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତାହତଙ୍କ ପରିଚୟ ମିଳିନଥିବା ବେଳେ ସମସ୍ତେ ରାଜ୍ୟ ବାହାରର ବୋଲି ଜଣାପଡିଛି । ଘଟଣା ସମୟରେ ଲେବଲ କ୍ରସିଂ ଗେଟରେ କାର୍ଯ୍ୟରତ ରେଳ କର୍ମଚାରୀ ଅନ୍ୟ ୪ ଜଣଙ୍କୁ ଅଟକାଇଥିଲେ। ତେବେ ସୁଯୋଗ ନେଇ ସେମାନେ ସେଠାରୁ ଚାଲିଯାଇଥିବା ଜଣାପଡିଛି । ବ୍ରହ୍ମପୁର ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ଟି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା