ଟ୍ରକ ଚକା ତଳେ ଚାପି ହୋଇ ଚାଲିଗଲା ଜୀବନ

0

ଖୋର୍ଦ୍ଧା : ସକାଳୁ ସକାଳୁ ଘରୁ ବାହାରି କୌଣସି କାମରେ ରାସ୍ତାରେ ଚାଲି ଚାଲି ଯାଉଥିଲେ। କିନ୍ତୁ ଜାଣି ନ ଥିଲେ ଏହା ତାଙ୍କର ଥିଲା ଶେଷ ଚଳାପଥ। ରାସ୍ତାରେ ଚାଲି ଚାଲି ଯାଉ ଥିବା ଏକ ଟ୍ରକ ଯୁବକଙ୍କୁ ଧକ୍କା ଦେଇଥିଲା। ଯୁବକ ଜଣକ ଟ୍ରକ ଚକା ତଳେ ଚାପି ହୋଇଯିବା ସହ ମୁଣ୍ଡ ଗଣ୍ଡି ଅଲଗା ହୋଇ ଯାଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ୧୬ ନଂ ଜାତୀୟ ରାଜପଥରେ ଏହି ଘଟଣା ଘଟିଛି।

ଆଜି ସକାଳୁ ଜଣେ ଯୁବକ ରାସ୍ତାରେ ଚାଲିକି ଯାଉଥିବା ବେଳେ ବ୍ରହ୍ମପୁର ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଚକାତଳେ ପଶିଯିବା ସହିତ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକର ମୃତଦେହକୁ ଜବତ କରିଛି। ଏଥି ସହିତ ଟ୍ରକ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ସେପଟେ ରାସ୍ତା କାମ ଚାଲୁଥିବା ବେଳେ ଟ୍ରକ ଗୁଡିକ ଅସାବଧାନତା ଭାବରେ ଗାଡି ଚଳାଚଳ କରୁଥିବାର ଅଭିଯୋଗ କରି ସ୍ଥାନୀୟ ଲୋକେ କିଛି ସମୟ ରାସ୍ତା ଅବରୋଧ କରିଥିଲେ । ପୋଲିସ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଥିଲା । ମୃତ ଯୁବକଙ୍କ ପରିଚୟ ମିଳି ନାହିଁ।

Leave A Reply

Your email address will not be published.