ଟ୍ରକ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

0

ରାଇରଙ୍ଗପୁର : ଟ୍ରକ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ। ବହଳଦା ଥାନା NH220 କାଦୁଆଣି ଛକ ନିକଟରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ବିଶୋଇ ଥାନା କାଦପାଣି ଗ୍ରାମର ସ୍ୱପ୍ନା ବୈଠା।

ସୂଚନା ମୁତାବକ, ସ୍ଵପ୍ନା ନିଜ ସ୍ୱାମୀଙ୍କ ସହିତ ଝାରଖଣ୍ଡର ହଳଦୀ ପୋଖରୀରୁ ବାଇକ ଯୋଗେ ଫେରୁଥିବା ବେଳେ ସକାଳ ପ୍ରାୟ ୬ ଟା ପାଖାପାଖି କାଦୁଆଣି ଛକରେ ପରିସ୍ରା ପାଇଁ ଅଟକିଥିଲେ। ସ୍ଵପ୍ନା ରାସ୍ତା ଠାରୁ ଦୂରରେ ଥିଲେ ମଧ୍ୟ ଝାରଖଣ୍ଡରୁ ଲୁହାପଥର ଅନଲୋଡ଼ କରି ଫେରୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଫଲରେ ଘଟଣାସ୍ଥଳରେ ସ୍ଵପ୍ନାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରି ରଖିଛନ୍ତି। ରାଇରଙ୍ଗପୁରରୁ ଟାଟା ଯାତାୟତ ଠପ୍ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Leave A Reply

Your email address will not be published.