ଟ୍ରକ ଧକ୍କାରେ ଜଣେ ଏମସିଏଲ କର୍ମଚାରୀଙ୍କ ମୃତ୍ୟୁ

0

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ହାତୀଲୁଚାଣି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଆଜି ସକାଳୁ ଟ୍ରକ ଧକ୍କାରେ ଜଣେ ଏମସିଏଲ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଟ୍ରକ୍ ଚାଳକଙ୍କୁ ପୋଲିସ ଗିରଫ କରିଛି।

ସୂଚନାନୁଯାୟୀ, ହାତିଲୁଚାଣି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଜଣେ ଏମସିଏଲ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପରଜଙ୍ଗ ଥାନା ବାରିହାପୁର ଗାଁର ଆର୍ତ୍ତବନ୍ଧୁ ବିଶ୍ଵାଳ। ଆର୍ତ୍ତବନ୍ଧୁ ଆଜି ସକାଳୁ ଘରୁ ବାହାରି ବାଇକ ଯୋଗେ ଡ୍ୟୁଟିକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଛି। ତେବେ ସ୍ଥାନୀୟ ଲୋକେ ଟ୍ରକ୍‌ଟିକୁ ଅଟକ ରଖିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରିଛି।

Leave A Reply

Your email address will not be published.