ତୃତୀୟ ପର୍ଯ୍ୟାୟ ଟିକାକରଣ:୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଦିଆଯିବ ଭ୍ୟାକ୍ସିନ୍

0

ନୂଆଦିଲ୍ଲୀ : ଦେଶବ୍ୟାପୀ ଚାଲିଥିବା କରୋନା ଟିକାକରଣ ଅଭିଯାନରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଆଜିଠୁ ଦେଶରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ କରାଯିବ । ତୃତୀୟ ପର୍ଯ୍ୟାୟରେ ୪୫ ବର୍ଷ ବୟସରୁ ଊଦ୍ଧ୍ୱର୍ ପ୍ରତ୍ୟେକ ଲୋକଙ୍କୁ କରୋନା ଟିକା ଲଗାଯିବ ।

ସରକାରୀ ମାର୍ଗଦର୍ଶିକା ମୁତାବକ, ୧୯୭୭ ମସିହା ଜାନୁଆରୀ ୧ ପୂର୍ବରୁ ଜନ୍ମିତ ପ୍ରତ୍ୟେକ ଲୋକ ତୃତୀୟ ପର୍ଯ୍ୟାୟରେ ଟିକା ନେଇପାରିବେ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଦୂରାରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ଏବଂ ୬୦ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ଲୋକଙ୍କୁ ଟିକା ଦେବାକୁ ଅନୁମତି ମିଳିଥିଲା ।

ଦେଶରେ ହେଉଥିବା ୯୦ ପ୍ରତିଶତ କରୋନା ମୃତ୍ୟୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ନିକଟରେ ରହିଛି । ଏଣୁ କରୋନା ମୃତ୍ୟୁହାର କମେଇବାକୁ କେନ୍ଦ୍ର ସରକାର ଏହି ବର୍ଗର ଲୋକଙ୍କୁ ପ୍ରାଥମିକତାର ସହ ଟିକା ଦେଉଛନ୍ତି । ୨୦୧୧ରେ ହୋଇଥିବା ଜନଗଣନା ମୁତାବକ, ଦେଶରେ ୬୦ ବର୍ଷରୁ ଊଦ୍ଧ୍ୱର୍ ୧୩.୭ କୋଟି ଏବଂ ୪୫ ବର୍ଷରୁ ୬୦ ବର୍ଷ ମଧ୍ୟରେ ୨୦.୭ କୋଟି ଲୋକ ଅଛନ୍ତି । ଅର୍ଥାତ୍‌ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ସମୁଦାୟ ୩୪ କୋଟି ଲୋକଙ୍କୁ ଟିକା ଦିଆଯିବ ।

Leave A Reply

Your email address will not be published.