ତୃତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା

0

ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆଜୁ ଝଟକା। ରବିବାର ଖେଳାଯାଇଥିବା ଦ୍ବିତୀୟ ଟି-୨୦ରେ ଭାରତୀୟ ଦଳ ସ୍ଲୋ ଓଭର ବୋଲିଂ କରିଥିବାରୁ ଆଇସିସି ନେଲା କଡ଼ା ଆଭିମୁଖ୍ୟ। ଆଇସିସି ଏଲଟି ପ୍ୟାନେଲ ଜବଗଲ ଶ୍ରୀନାଥ ଟିମ୍‌ ଇଣ୍ଡିଆ ଉପରେ ଲଗାଇଛନ୍ତି ଜୋରିମାନା। କାରଣ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ସମୟ ମଧ୍ୟରେ ଏକ ଓଭର କମ୍‌ ବୋଲିଂ କରିଥିଲା। ଯାହାଫଳରେ ଟିମର ଖେଳାଳିଙ୍କ ୨୦ ପ୍ରତିଶତ ମ୍ୟାଚ୍‌ ଫି କାଟ ହେବ ବୋଲି ସୂଚନା ରହିଛି।

ଆଇସିସି ପକ୍ଷରୁ କୁହାଯାଇଛି ଯେ, ସ୍ଲୋ ଓଭର ବୋଲିଂ କରି ଆଇସିସି ନିୟମ ୨.୨୨ ଉଲ୍ଲଘଂନ କରିଛି ଟିମ୍‌ ଇଣ୍ଡିଆ। ଯାହାଫଳରେ ଖେଳାଳିଙ୍କ ମ୍ୟାଚ୍‌ ଫିର ୨୦ ପ୍ରତିଶତ ଜୋରିମାନା ଲଗାଇଛି ଆଇସିସି।

ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ ନିଜ ଭୁଲ ସ୍ବୀକାର କରି ଆଇସିସି ଦ୍ବାରା ଲଗାଯାଇଥିବା ଜୋରିମନାକୁ ସ୍ବୀକାର କରିଛନ୍ତି। ଯାହାଫଳରେ ଆଇସିସି ଏହାର ଔପାଚାରିକ ଶୁଣାଣି କରିବାକୁ ଉଚିତ୍‌ ମନେ କଲା ନାହିଁ ବୋଲି ସୂଚନା ରହିଛି। ସୂଚନାଥାଉକି, ମଙ୍ଗଳବାର ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ ଖେଳାଯିବ। ବର୍ତ୍ତମାନ ୧-୧ରେ ସିରିଜ ବରାବର ଅଛି।

Leave A Reply

Your email address will not be published.