ଟୁଇଟ୍‌ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଘୁଞ୍ଚିଲା ଜେଇଇ ମେନ୍‌-୪; ଅଗଷ୍ଟ ୨୬ରୁ ହେବ, ୨୦ ଯାଏ ବଢ଼ିଲା ଆବେଦନ

0

ଜୁଲାଇ ୨୦ରୁ ଆରମ୍ଭ ହେବାକୁ ଥିବା ଜେଇଇ ମେନ୍‌-୩ ପାଇଁ ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ପକ୍ଷରୁ ଆଡମିଟ୍‌ କାର୍ଡ ରିଲିଜ୍‌ ହୋଇଛି। କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ (ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷା ଦେଶର ୩୩୪ଟି ସହରରେ ଜୁଲାଇ ୨୦, ୨୨, ୨୫ ଓ ୨୭ରେ ଅନୁଷ୍ଠିତ ହେବ। ଏଥିପାଇଁ ୭ ଲକ୍ଷ ୯ ହଜାର ୫୧୯ଜଣ ପଞ୍ଜୀକରଣ କରିଛନ୍ତି। ଯଦି କୌଣସି ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେମାନେ ଜେଇଇ ମେନ୍‌ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିପାରିବେ। ଆଡମିଟ୍‌ କାର୍ଡ ପୋଷ୍ଟ ଦ୍ବାରା ପଠାଯିବ ନାହିଁ ବୋଲି ‌ଏନ୍‌ଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave A Reply

Your email address will not be published.