ଟ୍ୟାଙ୍କରକୁ ଧକ୍କା ଦେଲା ଅଟୋ

0

ଖଲ୍ଲିକୋଟ :  ଟ୍ୟାଙ୍କରକୁ ଧକ୍କା ଦେଲା ଅଟୋ । ଦୁଇ ଶିଶୁ ସମେତ ୭ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ଜୟଶ୍ରୀ ଛକ ନିକଟରେ ଘଟିଛି ଦୁର୍ଘଟଣା ।ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ରମ୍ଭାରୁ ଏକ ଯାତ୍ରାବାହୀ ଅଟୋ ଛତ୍ରପୁର ଅଭିମୁଖେ ଯାଉଥିଲା । ଠିକ୍‌ ଏହି ସମୟରେ ଗଞ୍ଜାମ ଜୟଶ୍ରୀ ଛକ ନିକଟରେ ଯାତ୍ରୀବାହୀ ଅଟୋକୁ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା ।  ଯାହାଫଳରେ ଅଟୋରେ ଥିବା ୭ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ହେବାରୁ, ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

Leave A Reply

Your email address will not be published.