ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଅନ୍‌ଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା, ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦାୟିତ୍ବ ନେବେ ଅଧ୍ୟାପକ

0

ଭୁବନେଶ୍ବର : କେବଳ ଅନ୍‌ଲାଇନରେ ହେବ ୟୁଜି/ପିଜି ପରୀକ୍ଷା। ସମସ୍ତ ଛାତ୍ରଛାତ୍ରୀ କିଭଳି ପରୀକ୍ଷା ଦେବେ ତାହାର ଦାୟିତ୍ୱ ଅଧ୍ୟାପକ ନେବେ। ପରକ୍ଷା କିଭଳି ହେବ ତାହା ମନିଟରିଂ କରିବେ ଅଧ୍ୟାପକ। ନିର୍ଦ୍ଦିଷ୍ଟ କଲେଜର ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ନେଇ ମେଣ୍ଟର ବ୍ୟବସ୍ଥା କରାଯିବ। କିଭଳି ସୁବିଧାରେ ପରୀକ୍ଷା ହେବ ତାହା ମେଣ୍ଟର କରାଇବେ।

ଆବଶ୍ୟକ ହେଲେ ପିଲାଙ୍କୁ କଲ କରିବେ ଅଧ୍ୟାପକ। କେମିତି ପିଲା ପରୀକ୍ଷା ଦେବ ତାହା ନିଶ୍ଚିତ କରିବେ। ଯେଉଁ ପିଲାର କୌଣସି ଅନଲାଇନ ସୁବିଧା ନଥିବ ଓ କଲେଜଠାରୁ ଦୂରରେ ଥିବ, ସେ ଘର ପାଖ କଲେଜରେ ଚାହିଁଲେ ପରୀକ୍ଷା ଦେଇପାରିବ। ଯଦି କେହି ପିଲା ପରୀକ୍ଷା ଦେଇନପାରିବେ ତାଙ୍କୁ ଭବିଷ୍ୟତରେ ପୁଣି ସୁଯୋଗ ଦିଆଯିବ। ଆଜିର କୁଳପତି ସମ୍ମିଳନୀରେ ଏହି ନିଷ୍ପତ୍ତି ହୋଇଛି ବୋଲି ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ। ଏହି ବୈଠକରେ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.