ଉଦ୍ଧାର ହେଲା ୫ ଫୁଟର ନାଗ ସାପ

0

ଚାନ୍ଦବାଲି : ଚାନ୍ଦବାଲି ବ୍ଲକ ଯଶିପୁର ପଂଚାୟତ ସୁବଦିଆ ଗାଁର ଗୌରହରୀ ଜେନାଙ୍କ ମାଟି ଘର କାନ୍ଥରୁ ଏକ ୫ ଫୁଟର ନାଗ ସାପ ଉଦ୍ଧାର । ନାଗ ସାପଟିର ଗର୍ଜନସୁଣି ପରିବାର ଲୋକେ ଭୟଭିତ ହୋଇ ସ୍ଥାନିୟ ସାପ ଧରାଳୀଙ୍କୁ ଖବର ଦେଇଥିଲେ ।

ସାପ ଧରାଳୀ ଦୁଖିରାମ ଦାସ ଗାଁରେ ପହଁଚି ୫ ଫୁଟର ନାଗସାପକୁ ଉଦ୍ଧାର କରି ଚାନ୍ଦବାଲି ବନ ବିଭାଗର କର୍ମଚାରୀଙ୍କୁ ହସ୍ତାର କରିଛି । ବନ ବିଭାଗର କର୍ମଚାରୀ ମାନେ ନାଗ ସାପଟିକୁ ନେଇ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲରେ ଛାଡ଼ିଦେଇଥବା ସୂଚନା ମିଳିଛି । ପୂର୍ବବର୍ଷ ଗୈ।ରହରୀଙ୍କ ଘରେ ୧୮ ଟି ନାଗ ସାପ ଉଦ୍ଧାର କରା ଯାଇଥିବା ବେଳେ ଆଜି ଗୋଟିଏ ୫ ଫୁଟର ନାଗ ସାପ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.