ସମ୍ବଲପୁର, : ଉଦ୍ଧାର ହେଲେ ଭାସି ଯାଉଥିବା ଯୁବତୀ । ମହାନଦୀର ସମଲେଇ ଘାଟ ନିକଟରେ ଭାସି ଯାଉଥିବା ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀର ଉଦ୍ୟମ ଫଳରେ ତାଙ୍କୁ ଉଦ୍ଧାର କରାଯାଇଛି ।
ସୂଚନାନୁସାରେ, ରବିବାର ସମଲେଇ ଘାଟ ନିକଟରେ ଜଣେ ଯୁବତୀ ଭାସି ଯାଉଥିବା ଦେଖିବାକୁ ମିଳିଥିଲା । ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ତେବେ ଯୁବତୀଙ୍କୁ ଜୀବିତ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଉଦ୍ଧାର ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଯୁବତୀଙ୍କ ପରିଚୟ ମିଳି ପାରିନଥିବାବେଳେ ଯୁବତୀ ଜଣଙ୍କ ପଥର ଓ ବୁଦାରେ ଫସିକି ରହିଥିଲେ । ତେବେ ସେ କେମିତି ମହାନଦୀକୁ ଆସିଲେ ଏବଂ ତାଙ୍କ ପରିଚୟ ବାବଦରେ କୌଣସି ତଥ୍ୟ ମିଳିନାହିଁ ।