ଅନଲକ୍‌-୬ ଗାଇଡଲାଇନ୍‌ ଜାରିକଲେ ରାଜ୍ୟ ସରକାର

0

ପାଟନା : ଦେଶରେ କରୋନା ସଂକ୍ରମଣ ଗ୍ରାଫ୍ ଧିରେଧିରେ ଖସୁଛି । ଏହାକୁ ଦୃଷ୍ଟିରେ ରଖି ଅନଲକ୍‌ ପ୍ରକ୍ରିୟା ଜାରି ରଖିଛନ୍ତି ବିଭିନ୍ନ ରାଜ୍ୟ ସରକାର । ଏହି କ୍ରମରେ ବିହାର ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମଣକୁ ନେଇ ରାଜ୍ୟରେ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ବୁଧବାର ରାଜ୍ୟରେ ଅନଲକ୍‌-୬ ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆ ଗାଇଡଲାଇନ ଅନୁଯାୟୀ, ବିହାରରେ ଏଣିକି ଶପିଂ ମଲ, ଦୋକାନ ବଜାର, ଧାର୍ମିକ ସ୍ଥଳୀ ଏବଂ ପାର୍କ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

 

ଏହା ସହିତ ବିହାରରେ ସବୁ ପ୍ରକାରର ସାମାଜିକ, ରାଜାନୈତିକ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି । ପୂର୍ବଭଳି ପ୍ରଥମରୁ ଦ୍ବାଦଶ ଯାଏଁ ସ୍କୁଲ ଖୋଲିପାରିବ । ସେହିଭଳି ସିନେମା ହଲ, କ୍ଲବ୍‌ ରେଷ୍ଟୁରାଣ୍ଟ ଗୁଡିକ ୫୦ ପ୍ରତିଶତ କ୍ଷମତା ଥାଇ ଖୋଲିପାରିବେ ।

 

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଟ୍ବିଟ୍ କରି କହିଛନ୍ତି, ‘ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ସମୀକ୍ଷା କରାଯାଇଛି । ସଂକ୍ରମଣ ହ୍ରାସ ପାଇଥିବାରୁ ସମସ୍ତ ଦୋକାନ ବଜାର, ଶପିଂ ମଲ, ପାର୍କ, ଉଦ୍ୟାନ ଏବଂ ଧାର୍ମିକ ସ୍ଥଳ ଖୋଲିପାରିବ । ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ସମସ୍ତ ପ୍ରକାର ସାମାଜିକ, ରାଜନୈତିକ, ମନୋରଞ୍ଜନ, ସାଂସ୍କୃତିକ ଏବଂ ଧାର୍ମିକ ସ୍ଥଳୀ ଖୋଲିବ ।’

 

ନୀତିଶ କହିଛନ୍ତି, ପ୍ରଥମରୁ ଦ୍ବାଦଶ ଯାଏଁ ସମସ୍ତ ସ୍କୁଲ ଖୋଲାଯିବ । ସମସ୍ତ ବିଶ୍ବବିଦ୍ୟାଳୟ, କଲେଜ ଖୋଲିବା ସହିତ କୋଚିଂ ସେଣ୍ଟର ଗୁଡିକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ବିଶ୍ବବିଦ୍ୟାଳୟ, କଲେଜ ଏବଂ ବିଦ୍ୟାଳୟଗୁଡିକରେ ପରୀକ୍ଷା ଆୟୋଜନ ହୋଇପାରିବ । ସେହିଭଳି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ, ଜିମ, ରିଷ୍ଟୁରାଣ୍ଟଗୁଡିକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

 

ତେବେ ସମ୍ଭାବ୍ୟ ତୃତୀୟ ଲହରକୁ କୋଭିଡକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ପ୍ରାକ୍‌ ପ୍ରସ୍ତୁତି କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାରରେ କୋଭିଡ୍ କଟକଣା କୋହଳ ହୋଇଥିଲେ ସୁଦ୍ଧା ସତର୍କତା ଅବଲମ୍ବନ କରାଯାଇ ଏବଂ କୋଭିଡ୍ ଗାଇଡଲାଇନ ପାଳନ କରାଯାଇ ସମସ୍ତ କାର୍ଯ୍ୟ ଜାରି ରହିବ ।

Leave A Reply

Your email address will not be published.