ଉପ କାରାଗାରରେ କଏଦୀଙ୍କ ମୃତ୍ୟୁ

0

ଭଦ୍ରକ, : ବାଲେଶ୍ୱର ଜିଲ୍ଲା ସୋର ଉପ କାରାଗାରରେ କଏଦୀ ମୃତ୍ୟୁ ଘଟଣା l ମୃତ କଏଦୀଙ୍କ ପରିବାର ଲୋକେ ସୋର ଥାନାରେ ପହଁଚି ଯୁବକକୁ ହତ୍ୟା କରି ଦେଇଥିବା ଅଭିଯୋଗ ଆଣିଛନ୍ତି ।

ଗୁରୁବାର ବିଳମ୍ବିତ ରାତିରେ ଜଣେ ଯୁବ କଏଦୀର ସୋର ଉପ କାରାଗାର ଭିତରେ ମୃତ୍ୟୁ ହୋଇଯାଇଥିଲା । ଜେଲ କର୍ତୃପକ୍ଷ ତାଙ୍କୁ ସୋର ଡାକ୍ତରଖାନା ଆଣିଥିଲେ l ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ କଏଦୀ ଆଖିପତାରେ କ୍ଷତ ଚିହ୍ନ ରହିଥିବା ବେଳେ ବେକରେ ଦଉଡି ଟଣା ଚିହ୍ନ ଥିବା ଦେଖିବାକୁ ମିଳିଛି l

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଅପ୍ରତିପୁର ଗ୍ରାମରେ ସର୍ବେଶ୍ୱର ବାରିକଙ୍କର ପୁଅ କମଳାକାନ୍ତ ବାରିକ ଗତ ଗଣେଶ ପୂଜା ସମୟରେ ସ୍ତ୍ରୀକୁ ମାରିଦେଇଥିବା ଅଭିଯୋଗ ହୋଇଥିଲା । ସେ ଭଦ୍ରକ ଜେଲରେ ବିଚରାଧିନ କଏଦୀ ଭାବେ ସଜା କାଟୁଥିଲେ । ପରେ କୋଭିଡ ନେଇ କମଳାକାନ୍ତ ବାରିକକୁ ସୋର ସବ ଜେଲକୁ ସ୍ଥାନତର କରାଯାଇଥିଲା l ଶୁକ୍ରବାର ରାତିରେ ଜେଲ ଭିତରେ କମଳାକାନ୍ତକୁ ମାରିଦେଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତକଙ୍କ ସମ୍ପର୍କୀୟ ୫ ଦଫା ଦାବିରେ ସବ ଜେଲ ସମ୍ମୁଖରେ ଧାରଣା ଦେଇଛନ୍ତି l

ସୋର ଉପକାରାଗାରରେ ତଦନ୍ତ ପାଇଁ ଭଦ୍ରକ ଜେଲ ସୁପରିଟେଣ୍ଡେଣ୍ଟ ଋଷିନାଥ ନାୟକ ଓ ସୋର ଆଇଆଇସି ମଧୁମିତା ମହାନ୍ତି ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଜେଲରେ ଥିବା ମୃତ କମଳାକାନ୍ତ ବାରିକଙ୍କ ସାନ ଭାଇ ଦୁଃଶାସନ ବାରିକଙ୍କର ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଭଦ୍ରକ ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ସବ ଜେଲର ପ୍ରିୟମଦା ପଣ୍ଡାଙ୍କ ବଦଳି, ମୃତକ ପରିବାରକୁ କ୍ଷତି ପୂରଣ ଦାବି କରି ଜେଲ ସମୁଖରେ ଧାରଣା ଦେଇ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି।

Leave A Reply

Your email address will not be published.