ଉତ୍ପାତ କରୁଛନ୍ତି ଗଜରାଜ

0

ତେଲକୋଇ : ତେଲକୋଇ ରେଞ୍ଜ କନ୍ତଲେଇ ଗାଁରେ ହାତୀପଲ ଉପଦ୍ରବ । ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଗାଁ ଭିତରେ ପଶି ଆଠ ଟିକିଆ ହାତୀପଲ ଭଜ ମହାନ୍ତିଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଖାଇଯାଇଛନ୍ତି । ରୋଷେଇ ଘରେ ଥିବା ଗ୍ୟାସ ଟାଙ୍କିକୁ ମଧ୍ୟ ବାହାରେ ଫିଙ୍ଗି ଦେଇଛନ୍ତି । ଘରେ ଥିବା ୬ବସ୍ତା ଧାନ ଓ ଦୁଇ ବସ୍ତା ଚାଉଳ କୁ ଖାଇ ଦେଇଛନ୍ତି । ଭଜ ମହାନ୍ତିଙ୍କ ପାଞ୍ଚ ବଖରା ଘରକୁ ଭାଙ୍ଗି ଦେଇଥିବା ବେଳେ ବାସହରା ହୋଇପଡିଛନ୍ତି ଭଜଙ୍କ ପରିବାର । ହାତୀ ଘର ଭାଙ୍ଗିବା ଦେଖି ସାହି ଲୋକେ ବନବିଭାଗକୁ ଖବର ଦେଇଥିଲେ । ତେବେ ରାତିରେ ବନବିଭାଗ ଘଟଣା ସ୍ଥଳରେ ନ ପହଞ୍ଚି ସକାଳୁ ଘଟଣା ସ୍ଥଳକୁ ପହଞ୍ଚିଥିଲେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରାତି ସାରା ହାତୀପଲ ଘର ଭାଙ୍ଗି ସେଠାରେ ଆତଙ୍କ ଖେଳାଇଥିଲେ । ଗାଁ ପାଖ ଜଙ୍ଗଲରେ ହାତୀପଲ ଥିବାରୁ ଗାଁ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି ।

Leave A Reply

Your email address will not be published.