ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ

0

ଡେରାଡୁନ  : ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୨୦୦ ରୁ ଅଧିକ ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ଲୋକଙ୍କୁ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି। ଗଢଵାଲ ଓ କୁମାଉଁ ମଣ୍ଡଳର ଅନେକ ଜିଲ୍ଲାରେ ରାସ୍ତା ବନ୍ଦ ହେବାରୁ ଗ୍ରାମବାସୀଙ୍କ ସମସ୍ୟା ଦୁଇଗୁଣ ବଢିଯାଇଛି। ଋଷିକେଶ-ବଦ୍ରୀନାଥ ରାଜପଥରେ ଭୂସ୍ଖଳନ ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଭୂସ୍ଖଳନ ପରେ ରାସ୍ତା ବନ୍ଦ ଯୋଗୁଁ ଅନେକ କିଲୋମିଟର ଯାଏଁ ରାସ୍ତା ଯାମ ରହିଛି। ଏପଟେ ପାଣିପାଗ ବିଭାଗ ୧୧ ତାରିଖ ଯାଏଁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି। ଜାତୀୟ ରାଜପଥରେ ରାସ୍ତା ବନ୍ଦ ଯୋଗୁଁ ଅନେକ ସ୍ଥାନରେ ଯାତ୍ରୀ ଫସି ରହିଛନ୍ତି। ନୋଡାଲ ଏଜେନ୍ସି ତରଫରୁ ବନ୍ଦ ପଡିଥିବା ରାସ୍ତା ଖୋଳାଯାଉଛି କିନ୍ତୁ ଖରାପ ପାଗ ଯୋଗୁଁ ରାସ୍ତା ଖୋଳିବାରେ ମଧ୍ୟ ଅସୁବିଧା ହେଉଛି। ଚମୋଲି ଜିଲ୍ଲା ହନୁମାନ ଚଟ୍ଟି ଶୀର୍ଷରେ ସ୍ଥିତ କୁଣ୍ଠ ଖାଲରେ ପ୍ରବଳ ବର୍ଷା ଯୋଗୁଁ ରବିବାର ରାତିରେ ଘୃତଗଙ୍ଗାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଅନେକ କ୍ଷୟକ୍ଷତି ହୋଇଛି। ଅଧିକାଂଶ ଗ୍ରାମବାସୀ ଧର୍ମଶାଳା ହନୁମାନ ମନ୍ଦିର, ପୋଲିସ ଥାନା, ବନ ବିଭାଗ ବିଶ୍ରାମ ଗୃହରେ ରାତିରେ ଆଶ୍ରୟ ନେଇଥିଲେ। ରାତିରେ ପାହାଡ ଉପରେ ବାଦଲ ଫାଟିଥିଲା। ଫଳରେ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପାନୀୟ ଜଳ ଲାଇନ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଲୋକେ ଭୟଭୀତ ଅଛନ୍ତି। ଗତ ବର୍ଷ ୧୨୦ କୋଟି ଟଙ୍କା ବ୍ୟୟରେ ରାସ୍ତା ମରାମତି କରାଯାଇଥିଲା। ବର୍ତ୍ତମାନ ଭୂସ୍ଖଳନ ଯୋଗୁଁ ବାରମ୍ବାର ରାଜପଥ ବାଧିତ ହେଉଛି। ଲଗାତାର ଭୂସ୍ଖଳନ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।

Leave A Reply

Your email address will not be published.