ଉତ୍ତର ପ୍ରଦେଶରେ ସବୁ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମୁଣ୍ଡପିଛା ମିଳିବ ୧୧୦୦ ଟଙ୍କା

0

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଏବେ ସବୁ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମୁଣ୍ଡପିଛା ମିଳିବ ୧୧୦୦ ଟଙ୍କା। ସ୍କୁଲ ୟୁନିଫର୍ମ, ବ୍ୟାଗ, ଜୋତା ବାବଦକୁ ଏହି ଅର୍ଥ ଦିଆଯିବ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଏହି ଟଙ୍କା ଟ୍ରାନ୍ସଫର କରିବେ। ପ୍ରତି ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପଠାଯାଉଥିବା ଏହି ସାମଗ୍ରୀର ଡେଲିଭରୀ ଚାର୍ଜରୁ ମୁକ୍ତି ପାଇଁ ସରକାର ଏହି ବିକଳ୍ପ ଆପଣେଇଥିବା କୁହାଯାଉଛି।

ମୌଳିକ ଶିକ୍ଷା ବିଭାଗ ଦ୍ଵାରା ୟୁନିଫର୍ମ, ସ୍କୁଲ ବ୍ୟାଗ, ଏବଂ ଜୋତା କିଣିବା ପାଇଁ ସରକାରୀ ସ୍କୁଲରେ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୧୦୦ ଟଙ୍କା ପଠାଯିବ। ଏହି ଅର୍ଥରୁ ୬୦୦ ଟଙ୍କା ୟୁନିଫର୍ମ ବାବଦକୁ ଏବଂ ୫୦୦ ଟଙ୍କା ସ୍କୁଲ ବ୍ୟାଗ, ଜୋତା ଓ ସ୍ଵେଟର ବାବଦକୁ ଦିଆଯିବ। ତେବେ କ୍ୟାବିନେଟକୁ ଏହି ପ୍ରସ୍ତାବ ପଠାଯାଇଛି।

ଉତ୍ତର ପ୍ରଦେଶରେ ପ୍ରତି ବର୍ଷ ୧.୬ କୋଟି ଛାତ୍ରଛାତ୍ରୀଙ୍କୁ ମାଗଣାରେ ଏହି ସବୁ ଜିନିଷ ଦିଆଯାଉଛି। ଏଥିପାଇଁ ରାଜ୍ୟ ସରକାର ଟେଣ୍ଡର ଡାକି ଏହି ସବୁ ଜିନିଷକୁ ପ୍ରତ୍ୟେକ ସ୍କୁଲକୁ ଡେଲିଭରି କରୁତିଲେ, କିନ୍ତୁ ଏହି କାର୍ଯ୍ୟରେ ବିଳମ୍ବ ଘଟୁଥିବା ନେଇ ଅଭିଯୋଗ ଆସିବା ପରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.