ଭିସୁଟ୍‌କୁ ବ୍ୟାପିଲା ର‍୍ୟାଗିଂ ସଂକ୍ରମଣ

0

ସମ୍ବଲପୁର  : ଭୀମସାର ପରେ ଭିସୁଟରେ ରାଗିଂ ଅଭିଯୋଗ । ଭୀମସାରରେ ମେଡ଼ିକାଲ ଛାତ୍ରଙ୍କୁ ରାଗିଂ ଘଟଣା ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ଭିସୁଟରେ ଇଞ୍ଜିନିୟରିଂ ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଭିସୁଟର ବିଟେକ୍ ଚତୁର୍ଥ ବର୍ଷର କିଛି ଛାତ୍ର ଦ୍ବିତୀୟ ବର୍ଷର ଛାତ୍ରମାନଙ୍କୁ ରାଗିଂ କରୁଥିବା ଅଭିଯୋଗ ହୋଇଛି ।

କିଛି ଦିନ ହେବ ବିଟେକ୍ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ଅକଥନୀୟ ନିର୍ଯାତନା ଦେଉଛନ୍ତି । ଏପରିକି ସିନିୟରମାନେ ସେମାନଙ୍କୁ ପୋଷାକ ଖୋଲି ଆଣ୍ଠେଇବାକୁ କହିଥିବା ଅଭିଯୋଗ କରିଛନ୍ତି । ଏ ନେଇ ଭିସୁଟ୍ କର୍ତ୍ତୃପକ୍ଷ ଏବଂ ଆଣ୍ଟି ରାଗିଂ ସେଲରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ତେବେ ଛାତ୍ରଙ୍କ ଅଭିଯୋଗ ଆଧାରରେ ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କୁଳପତି ପ୍ରଫେସର ବି.ବି. ପତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.